12








ତ୍ରିରଙ୍ଗା ଯାତ୍ରା ଉପଲକ୍ଷେ ବାଇକ ଶୋଭାଯାତ୍ରା



ଭୁବନେଶ୍ୱର,୯/୮: ସ୍ୱାଧୀନତା ସଂଗ୍ରାମର ଅମର ବଳିଦାନୀମାନଙ୍କ ସ୍ମୃତି ପୁନ୍ନର୍ଜୀବିତ କରିବା ତଥା ପ୍ରତ୍ୟେକ ଭାରତୀୟଙ୍କ ମନରେ ‘ସ୍ୱ’ ଅବବୋଧ ସୃଷ୍ଟି କରିବାର ଲକ୍ଷନେଇ ସ୍ୱତନ୍ତ୍ରତାର ଅମୃତ ମହୋତ୍ସବ ସାରା ଦେଶରେ ପାଳନ କରାଯାଉଅଛି । ଏହି ପରିପ୍ରେକ୍ଷୀରେ ସ୍ୱତନ୍ତ୍ରତାର ଅମୃତ ମହୋତ୍ସବ ସମାରୋହ ସମିତି, ଭୁବନେଶ୍ୱର ମହାନଗର ତରଫରୁ ଭୁବନେଶ୍ୱର ଠାରେ ତ୍ରିରଙ୍ଗା ଯାତ୍ରା ଉପଲକ୍ଷେ ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି । 



ସମିତି ତରଫରୁ ଆଜି ସକାଳ ୯.୩୦ ମିନିଟରେ ସହିଦ୍ ପିଣ୍ଡିକି ବାହୁବଳେନ୍ଦ୍ରଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଅପରାହ୍ନରେ ପ୍ରାୟ ୧୦୦୦ ଉର୍ଦ୍ଧ୍ୱ ବାଇକ ଶୋଭାଯାତ୍ରାରେ ଭୁବନେଶ୍ୱର ମହାନଗର ପରିକ୍ରମା କରିଥିଲା । ଚନ୍ଦକା, ନଖରା, ୟୁନଟ-୮, ତମାଣ୍ଡୋ, ଧଉଳି ଓ ପୁରୁଣା ଭୁବନେଶ୍ୱରର ଆଦି ବିଭିନ୍ନ ଅଂଚଳରୁ ଏଇ ବାଇକ୍ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ରାଜମହଲ ଛକ ଠାରେ ପହଁଚିଥିଲେ । ସେଠାରୁ ସମସ୍ତେ ଗୋଟିଏ ଶୋଭାଯାତ୍ରାରେ ମାଷ୍ଟ୍ରକ୍ୟାଂଟିନ,ଶ୍ରୀୟାଛକ, ସତ୍ୟନଗର,ବାୟାବାବାମଠ, ସହିଦ ନଗର, ରୂପାଲୀ, ବାଣୀବିହାର, ଆଚାର୍ଯ୍ୟବିହାର, ଜୟଦେବ ବିହାର ଛକ ଦେଇ ସିଆରପିଏଫ୍ ଛକନିକଟରେ ପହଁଚି ଥିଲେ । 

Comments